ନୂଆଦିଲ୍ଲୀ,୦୫/୦୬: ଅଭିନୟ ଏବଂ ମଡେଲିଂ ବାଦ୍ ବ୍ୟବସାୟରେ ପାଦ ରଖି ସେମାନେ ହୋଇଛନ୍ତି ସଫଳ । ନିରନ୍ତର ବ୍ୟବସାୟ ଛିଡ଼ା କରିବା ସହ ବିଉଟି, ଫ୍ୟାଶନ୍ ଏବଂ କଣ୍ଟେଣ୍ଟ କ୍ରିଏସନ୍ କ୍ଷେତ୍ରରେ ନେଉଛନ୍ତି ନେତୃତ୍ୱ । ସେହଭଳି ଦେଶର କେତେଜଣ ସେଲିବ୍ରିଟି ମହିଳା ନିବେଶକଙ୍କୁ ନେଇ ହୁରୁନ୍ ପକ୍ଷରୁ ପ୍ରସ୍ତୁତ ହୋଇଛି ‘ୱିମେନ ଲିଡର’ ତାଲିକା । ଏଥିରେ ଶୀର୍ଷ-୧୦ ସେଲିବ୍ରିଟି ନିବେଶକ ତାଲିକାରେ ଶ୍ରଦ୍ଧା କପୁର, ପ୍ରିୟଙ୍କା ଚୋପ୍ରା ଏବଂ ଆଲିୟା ଭଟ୍ଟ ପ୍ରମୁଖ ସ୍ଥାନରେ ରହିଛନ୍ତି । ୯୪.୧ ନିୟୁତ ଅନୁଗାମୀଙ୍କ ସହିତ ଶ୍ରଦ୍ଧା କପୁର କାନ୍ଡେର୍ ହୁରୁନ୍ ସେଲିବ୍ରିଟି ଇନ୍ଫ୍ଲୁଏନ୍ସର ନିବେଶକ ତାଲିକାରେ ଆଗରେ ରହିଛନ୍ତି । ଲାଇଫ୍ଷ୍ଟାଇଲ୍ ଏବଂ ଫ୍ୟାଶନ୍ ବ୍ରାଣ୍ଡଗୁଡ଼ିକରେ ନିବେଶ କରି ସେ ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଛନ୍ତି ।
ସେହିଭଳି ୯୨.୪ ନିୟୁତ ଅନୁଗାମୀଙ୍କ ସହ ପ୍ରିୟଙ୍କା ଚୋପ୍ରା ସିନେମା ବାହାରେ ଏକ ଶକ୍ତିଶାଳୀ ଗ୍ଲୋବାଲ ବାଣ୍ଡ୍ ନିର୍ମାଣ କରିଛନ୍ତି । ପର୍ପଲ ପେବଲ୍ ପିକ୍ଚର୍ସ ଏବଂ ଆନୋମାଲି ହେୟାର୍କେୟାର୍ର ସହ- ପ୍ରତିଷ୍ଠାତା ଭାବେ ସେ ବିଉଟି ଏବଂ ଏଣ୍ଟର୍ଟେନ୍ମେଣ୍ଟ ଉଭୟକୁ ପୁନଃ ଆକାର ଦେଉଛନ୍ତି ।
୮୬.୩ ନିୟୁତ ଅନୁଗାମୀଙ୍କ ସହ ଆଲିୟା ଭଟ୍ଟ ଜଣେ ପ୍ରମୁଖ ଉଦ୍ୟୋଗୀ ଭାବେ ପରିଚୟ ଲାଭ କରିଛନ୍ତି । ତାଙ୍କ ପରିବେଶ-ଅନୁକୂଳ ପୋଷାକ ବ୍ରାଣ୍ଡ୍ ଇଦ୍-ଏ-ମମ୍ମା ଏବଂ ପ୍ରଡକ୍ସନ ହାଉସ୍ ଇଟର୍ନାଲ ସନ୍ସାଇନ୍ ତାଙ୍କୁ ଉଭୟ ଫ୍ୟାଶନ ଏବଂ ଉଦ୍ୟୋଗ ଜଗତରେ ଲୋକପ୍ରିୟ କରାଇଛି ।
୮୦.୩ ନିୟୁତ ଅନୁଗାମୀଙ୍କ ସହ କ୍ୟାଟ୍ରିନା କୈଫ୍ କେ ବିଉଟିର ସହ-ପ୍ରତିଷ୍ଠାତା । ସବୁ ପ୍ରକାର ସ୍କିନ୍ ଟୋନ୍ ପାଇଁ ତାଙ୍କ ବ୍ରାଣ୍ଡ୍ ମେକ୍ଅପ୍ ସଲ୍ୟୁସନ୍ ପ୍ରଦାନ କରିଥାଏ । ୮୦.୨ ନିୟୁତ ଅନୁଗାମୀଙ୍କ ସହ ଦୀପିକା ପାଦୁକୋନ୍ ୱେଲ୍ନେସ୍ ଏବଂ ମେଣ୍ଟାଲ୍ ହେଲ୍ଥ କ୍ଷେତ୍ରରେ ଚାମ୍ପିୟନ । ତାଙ୍କ ଉଦ୍ୟୋଗ କେଏ ପ୍ରଡକ୍ସନ ଏବଂ ୮୨ ଡିଗ୍ରୀ ଇ ସ୍କିନ୍କେୟାର ତାଙ୍କୁ ସିନେମା ଛଡ଼ା ଉଦ୍ୟୋଗୀ ଭାବେ ବି ପରିଚୟ ଦେଇଛି । ୬୯.୧ ନିୟୁତ ଅନୁଗାମୀଙ୍କ ସହ ଅନୁଷ୍କା ଶର୍ମା ଉଭୟ ସିନେମା ଏବଂ ଫ୍ୟାଶନ୍ ଜଗତରେ ସକ୍ରିୟ । ସେ କ୍ଲିନ୍ ସ୍ଲେଟ୍ ଫିଲ୍ମ୍ଜର ସହ-ପ୍ରତିଷ୍ଠାତା । ଏହା ସହ ତାଙ୍କର ଫ୍ୟାଶନ୍ ବ୍ରାଣ୍ଡ୍ ନୁସ୍ ତାଙ୍କର ବୋଲ୍ଡ ଷ୍ଟାଇଲ୍କୁ ପ୍ରତିଫଳିତ କରୁଛି ।
୬୧.୩ ନିୟୁତ ଅନୁଗାମୀଙ୍କ ସହ ଦୀଶା ପଟାନି ଅନେକ ଉଦ୍ୟୋଗରେ ନିବେଶ କରିଛନ୍ତି । ଦକ୍ଷିଣ ଭାରତୀୟ ସ୍ନାକ୍ସ ଏବଂ ଫିଲ୍ଟର କଫି ପାଇଁ ଜଣା ଭି. ଏସ୍ ମଣିରେ ସେ ନିବେଶ କରିଛନ୍ତି । ବିଶେଷକରି ଜୀବନଶୈଳୀ ଏବଂ ସାଂସ୍କୃତିକ ମହତ୍ୱ ରଖୁଥିବା ବ୍ୟବସାୟରେ ସେ ନିବେଶ କରିବାକୁ ଗୁରୁତ୍ୱ ଦିଅନ୍ତି ।
କୃତ୍ତି ସାନନ୍ଙ୍କ ଅନୁଗାମୀ ସଂଖ୍ୟା ହେଉଛି ୫୮.୫ ନିୟୁତ । ସେ ଏକ ନିରନ୍ତର ଫ୍ୟାଶନ୍ ବ୍ରାଣ୍ଡ୍ ହାଇଫେନ୍ର ସହ-ପ୍ରତିଷ୍ଠାତା । ବଡ଼ ସ୍କ୍ରିନ୍ରୁ ଗ୍ରୀନ୍ ଫ୍ୟାଶନ୍ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଲମ୍ବିଛି । ସେହିଭଳି ୪୬.୧ ନିୟୁତ ଅନୁଗାମୀ ରହିଥିବା ରଶ୍ମିକା ମନ୍ଦନା କ୍ଲିନ୍ ବିଉଟି ବ୍ରାଣ୍ଡ୍ ପ୍ଲମ୍ରେ ନିବେଶ କରିଛନ୍ତି । ଅନ୍ୟପକ୍ଷରେ, ସାରା ଅଲ୍ଲୀ ଖାନ୍ ଯୁବ ଫ୍ୟାଶନ୍ ବ୍ରାଣ୍ଡ୍ ‘ଦ ସୋଲ୍ଡ ଷ୍ଟୋର୍’ରେ ନିବେଶ କରିଛନ୍ତି । ଏହିଭଳି ଭାବେ ଅଭିନେତ୍ରୀମାନେ ସିନେମା ବାଦ ବ୍ୟବସାୟ ଜଗତରେ ପାଦ ଥାପି ପ୍ରଭାବ ବିସ୍ତାର କରୁଥିବା ହୁରୁନ୍ ପକ୍ଷରୁ ପ୍ରକାଶ ।